ଡାକ୍ତରଖାନାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଜନ୍ମଦିନ ପାଳନ କଲେ ସାଂସଦଙ୍କ ଧର୍ମପତ୍ନୀ ନୀଳାଞ୍ଚି ବିଶି

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଆଜି ଜନ୍ମଦିନରେ ସାଂସଦଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସାଂସଦଙ୍କ ଧର୍ମପତ୍ନୀ ଶ୍ରୀମତୀ ନିଲାଞ୍ଚୀ ବିଶି । ସାଂସଦଙ୍କ ଧର୍ମପତ୍ନୀ ଆଜି ସକାଳୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆସି ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବିଭିନ୍ନ ୱାର୍ଡ ବୁଲି ରୋଗମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ । ରୋଗୀ, ଦୁଃଖୀ ଅସହାୟ ତଥା ଜନସାଧାରଣଙ୍କ ସହିତ ଆମର ପରିବାର ସବୁବେଳେ ସବୁ ସମୟରେ ରହି ଆସିଛି ଆଗକୁ ମଧ୍ୟ ସବୁ ପରିସ୍ଥିତିରେ ଠିଆ ହେବୁ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପାଟଣାଗଡ଼ ବ୍ଲକ ପ୍ରତିନିଧି ଶ୍ରୀମତୀ ସନ୍ତୋସିନୀ ବିଶି, ଗିରିରାଜ ଭୋଇ, ରେଣୁକା ବିଶି, ସଂଗ୍ରାମ ବିଶି, ମନବୋଧ ବରିହା, ଘନ ଭୁଏ, ଚୁଡାମଣି ଧରୁଆ, ଚନ୍ଦ୍ର ମଣି ବାଗ, ହୃଷିକେଶ ଭୋଇ, ମିନକେତନ ଧରୁଆ, ଜଗଜୀବନ ଭୋଇ, ଗୌରାଙ୍ଗ ବରିହା, ମନୋଜ ଲୁହା, ସ୍ୱତନ୍ତ୍ର କନ୍ଦା, ଧୁବଲେଶ୍ୱର ଭୋଇ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!