oom

ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଲୋଇସିଂହାବାସୀ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୂର୍ବତନ ଲୋଇସିଂହା ବିଧାୟକ ତଥା ଆଇନମନ୍ତ୍ରୀ, ଲୋଇସିଂହା ଷ୍ଟାଡିୟମର ପ୍ରତିଷ୍ଠାତା ନରସିଂହ ମିଶ୍ରଙ୍କ ୮୫ତମ ଜନ୍ମଦିନରେ ତାଙ୍କୁ ଶୁଭେଛା ଜଣାଇଛନ୍ତି ଲୋଇସିଂହାବାସୀ । ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟମ୍ ସମ୍ମୁଖରେ ଶ୍ରୀ ମିଶ୍ର ନିଜର ଜନ୍ମଦିନ କେକ୍ କାଟିବା ସହିତ ଶୁଭେଚ୍ଛୁ ମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ । ଶୁଭେଚ୍ଛା ପ୍ରତ୍ୟୁତ୍ତରରେ “ସ୍ୱାସ୍ଥ୍ୟ ହିଁ ସମ୍ପଦ, ବୟସ ବଢିବା ସହିତ ନିଜର ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଧ୍ୟାନ ଦେବା” ସକାଶେ ଶ୍ରୀ ମିଶ୍ର ଉପସ୍ଥିତ ଶୁଭେଚ୍ଛୁ ମାନଙ୍କୁ ପରାମର୍ଶ ଦେଇଥିଲେ । ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ତଥା ଏଥଲେଟିକ ଏସୋସିଏସନ ପକ୍ଷରୁ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍ ବିଭୂତି ଭୂଷଣ ସାହାଣୀ, ବିଶ୍ଵନାଥ ଭୂୟାଁ, ମୋହିତ ମିଶ୍ର, ଶିବକୁମାର ଅଗ୍ରୱାଲ, ଅରବିନ୍ଦ ସାହୁ, ସଞ୍ଜୟ ଗଡତ୍ୟା, ପ୍ରକାଶ ମହାରଣା, ସରୋଜ ବିଶ୍ଵାଳ, ବ୍ରଜମୋହନ ବିଶୋଇ, ଜ୍ୟୋତିରଂଜନ ବେହେରା, ଭାଗବତିଆ ଭୋଇ, ସୁଧାଂଶୁ ଶେଖର ପାଣ୍ଡିଆ, ରଞ୍ଜନ ବେହେରା, ନଯୁ ଖାନ, ଟଙ୍କଧର ଗଡତ୍ୟା ପ୍ରମୁଖ ଶ୍ରୀ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜନସାଧାରଣଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.