ଭୂତିଆରବାହାଲରେ ସୁରେଶ ନନ୍ଦ ଜନ୍ମବାର୍ଷିକୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୂତିଆରବାହାଲରେ ସୁରେଶ କୁମାର ନନ୍ଦ ମେମୋରିଆଲ ପାଠାଗାର କମିଟି ଦ୍ୱାରା ଓଡିଶା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସୁରେଶ କୁମାର ନନ୍ଦଙ୍କ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାନନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ରବିରାମ ଦାସ, ସମ୍ମାନିତ ଅତିଥି ଭାବରେ ଝିକେରମାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାଗ, ପ୍ରେମାନନ୍ଦ ମହାନନ୍ଦ, ଯୁଗଳ କିଶୋର ନନ୍ଦ, ବୀରେନ୍ଦ୍ର ରାଏ ପ୍ରମୁଖ ଯୋଗଦେଇ ଥିବା ବେଳେ ଜଗନ୍ନାଥ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ଡ. କବିରାଜ ଭୋଇ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ଜୀବନରେ ପ୍ରତିବଦ୍ଧତା ଅସମ୍ଭବକୁ ବି ସମ୍ଭବ କରିପାରେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା । ସୋନି ଖମାରି, ଭାଗ୍ୟବତୀ ନାଏକ, ରାଧେଶ୍ୟାମ ପୁଟେଲ, ବିନୋଦ ବିଶି ପ୍ରମୁଖ କବିତାପାଠ କରିଥିଲେ । ଶିକ୍ଷା, ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ଡ଼. କବିରାଜ ଭୋଇଙ୍କୁ ସୁରେଶ କୁମାର ନନ୍ଦ ସ୍ମୃତି ସମ୍ମାନ ୨୦୨୫ ପ୍ରଦାନ ପୂର୍ବକ ଉପଢୌକନ ଦେଇ ସ୍ମୃତି କମିଟି ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଅକ୍ଷୟ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ଯୁବ କବି ରାଜେନ୍ଦ୍ର ଅଗ୍ରୱାଲ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବେଣୁଧର ନାଏକ, ତେଜରାଜ ଥନାପତି, ସୁଦାମ ବଢିଆ, ବିଭୁ ଦଣ୍ଡସେନା, ସାହିଲ ଭୋଇ, ଶିବା ଭୋଇ, ରିମା ବଢିଆ, ସ୍ଥିତି ପ୍ରଜ୍ଞା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.