om academy

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ସୁବାଷ ଚନ୍ଦ୍ର ବୋଷ ତଥା ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ଜୟନ୍ତୀ ପାଳିତ

jsm

ସମ୍ବଲପୁର : ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ସୁବାଷ ଚନ୍ଦ୍ର ବୋଷ ତଥା ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ଜୟନ୍ତୀ ଗତକାଲି ଅନ୍‌ଲାଇନ୍‌ ଆସର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ଆସରରେ ୫ ଜଣ କବି କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ ସେମାନେ ହେଲେ ଆଖଣ୍ଡଳ ଦାଶ, ଲିସା ପଧାନ, ତାରିଣୀ ପ୍ରସାଦ ମହାପାତ୍ର, ଶଙ୍କର୍ଷଣ ବାଘ ଏବଂ ଘଣ୍ଟି ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନର ସଂପାଦକ ତରଣିସେନ ମେହେର । ଗତକାଲି ହୋଇଥିବା ଆସରରେ ଘଣ୍ଟି ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନର ସହ ସଂପାଦକ ତଥା କୋଷାଧ୍ୟକ୍ଷ ସୁଧାଂଶୁ ଭୂଷଣ ଷଣ୍ଢ ସ୍ୱାଗତ ଭାଷଣ ଦେଇ ଆସର ଆରମ୍ଭ କରିଥିଲେ । କବିତା ପାଠପରେ କବି, ସଙ୍ଗଠକ, ଅଧ୍ୟାପକ ତଥା ପପଙ୍ଗା କଳାପଟାର ସଂପାଦକ ନାରାୟଣ ଭୋଇ ଆଜ୍ଞା ଆଲୋଚକ ଭାବେ ଯୋଗଦେଇ ସମସ୍ତ କବିତାଗୁଡିକର ଆଙ୍ଗିକ ଓ ଆତ୍ମିକ ଦିଗକୁ ଆଲୋଚନା କରିଥିଲେ । ଯୁବ କବି, ସାହିତ୍ୟକ ଫିରୋଜ ପଟେଲଙ୍କ ସଂଯୋଜନା ଆସରରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବେଳେ ରାମଭକ୍ତ ଫରିକାର, ଅଶ୍ୱିନୀ ପ୍ରଧାନ, ଜୟନ୍ତ ସାହୁ, ସୂର୍ଯ୍ୟ ପାଢୀ, କ୍ଷେତ୍ରମଣୀ ବିଭାର, ନରେନ୍ଦ୍ର ପଣ୍ଡା, ସୁଜିତ ବାରିକ, ବଲ୍ଲଭ ସାହୁ, ପୁସ୍ତମ ଜୁଆଡି ଭଳି ୪୦ରୁ ଅଧିକ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ । ଶେଷରେ ଘଣ୍ଟି ଘର ସଦସ୍ୟା ସଂଗୀତା ମୋହନ ଗହିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ଭାବରେ ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ତାର ୨୪ ତମ କବିତା ଆସର ସଫଳତାର ସହିତ ଆୟୋଜିତ କରିଥିଲା ।

Leave A Reply

Your email address will not be published.