jayashree

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହିତ ଜନ୍ମଦିନ ପାଳନ କଲେ ଯଶୋଧାରା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଏସ୍‌ବିଆଇ କଲୋନୀ ନିବାସୀ ଝସକେତନ ନାୟକ ଓ ଶ୍ରଦ୍ଧାଞ୍ଜଳି ନାୟକଙ୍କ ଝିଅ ଯୁକ୍ତଦୁଇ ଛାତ୍ରୀ ଯଶୋଧାରା ନାୟକ ଆଜି ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି । ସେଥିପାଇଁ ଆଜି ଦୃଷ୍ଟିହୀନ ବିଦ୍ୟାଳୟ ପ୍ରାଙ୍ଗଣ ଉତ୍ସବମୁଖର ହୋଇଥିଲା । ଏଥିରେ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସମେତ ଯଶୋଧାରାଙ୍କ ଆତ୍ମୀୟ ପରିଜନ ମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ସହିତ ଦୀର୍ଘ ସମୟ ଧରି ଭାବ ବିନିମୟ ହୋଇଥିବା ବେଳେ ପରେ ଆକର୍ଷଣୀୟ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସବାଶେଷରେ ସମସ୍ତେ ସହଭୋଜର ଆନନ୍ଦ ନେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଅଧିକାଂଶ ଲୋକେ ଆଧୁନିକ ଶୈଳୀରେ ଜନ୍ମଦିନ ପାଳନ କରୁଥିବା ବେଳେ ଯୁକ୍ତଦୁଇ ଛାତ୍ରୀ ଯଶୋଧାରା କିନ୍ତୁ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିବାକୁ ଇଛା ପ୍ରକାଶ କରିଛନ୍ତି । ଯଶୋଧାରାଙ୍କ ଏଭଳି ପ୍ରୟାସ ଦ୍ଵାରା ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ଭିତରେ ମଧ୍ୟ ଆଶାତୀତ ଉତ୍ସାହ ପରିଲକ୍ଷିତ ହୋଇଛି । ଯଶୋଧାରାଙ୍କ ଏଭଳି ପ୍ରୟାସ ଦୃଷ୍ଟିହୀନ ମାନଙ୍କ ପ୍ରତି ସମାଜରେ ଥିବା ଧାରଣାକୁ ବଦଳାଇବା ସଙ୍ଗେସଙ୍ଗେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସହାୟକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.