ଗାଇସିଲାଟ, (ପୁସ୍ତମ ଯୁଆଡି) : ପ୍ରଖ୍ୟାତ ସାହିତ୍ୟିକ, ଶିକ୍ଷାବିତ ତଥା ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଅନୁବାଦକ ନାଟ୍ୟକାର, ସମ୍ପାଦକ, ସଂଗଠକ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ତରଫରୁ ଫେସ୍ବୁକ୍ ଲାଇଭ୍ ମାଧ୍ୟମରେ ପାଳନ ହୋଇଯାଇଛି । ଏହି ଅବସରରେ “ଅମୃତଲାଲ ସାହୁଙ୍କର୍ ଜୀବନୀ ଆର୍ ସାହିତ୍ୟ ସର୍ଜନା” ଉପରେ ଆଲୋଚନା କରିଥିଲେ ଯୁବ କବି, ସଂସ୍କୃତି ଗବେଷକ, ତଥା ଅଧ୍ୟାପକ ମାନସ କୁମାର ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅମୃତଲାଲ ସାହୁ ହେଉଛନ୍ତି ଜଣେ ବିରଳ କାବ୍ୟ ପୁରୁଷ ଓ ସ୍ୱାଭିମାନୀ ମଣିଷ । ତାଙ୍କ ସାହିତ୍ୟକୁ ନେଇ ଅନେକ କାମ କରାଯାଇ ପାରିବ । ଏହା ବ୍ୟତୀତ କୋଶଲ ଭାରତୀର ତିନିଜଣ ଯୁବକବି ପୁସ୍ତମ ଯୁଆଡି, ଦିଲ୍ଲୀପ କୁମାର ସରାପ ଓ ବଲ୍ଲବ ସାହୁ ଘେଁସ ସ୍ଥିତ ଶ୍ରୀ ସାହୁଙ୍କୁ ତାଙ୍କ ବାସଭବନ ଭେଟି ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଅନୁଷ୍ଠାନ ଯଥା-ଉଯୁଗ(ବିଜେପୁର), ଢ଼େକିସାଲ (କଁସିଲ), ସୁନ୍ଦର ଅର୍ଜୁନ କୋଶଲି ଅନୁଷ୍ଠାନ (ନୂଆପଡା), କୋଶଲି ଡେରା(ପାଟଣାଗଡ), ଘଣ୍ଟି (ଚିପିଲମା), ନିଶାନ(ତୁଷୁରା ), ଘାଏ ଦେଖତ କଳାପଟା (ଗାଇସିଲାଟ) ତରଫରୁ ମଧ୍ୟ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏହା ବ୍ୟତୀତ ଅନେକ କବି, ଲେଖକମାନେ ଯଥା କ୍ଷୀରୋଦ କୁଅଁର୍, ହେମନ୍ତ ପଟେଲ, ଯୁବରାଜ ସା, ପ୍ରୀତିନନ୍ଦା ପାଣିଗ୍ରାହୀ, ସୁଜାତା ଭୋଇ, ଲୋକେଶ୍ୱର ପାଣ୍ଡେ, ସନ୍ତୋଷ ରାଉତ, ମୁରଲୀ ଶିକା, ଶୋଭାକର ପ୍ରଧାନ, ନିତ୍ୟାନନ୍ଦ ଜୁଏଡ଼, ମହେଶ୍ୱର ପଧାନ, ବ୍ରଜମୋହନ ମେହେର, କେକି ସିଂ ଭୋଇ, ଆଶୁତୋଷ ମେହେର, ଉମେଶ ବେହେରା, ଅନନ୍ତ ବାଗ, ଧର୍ମେନ୍ଦ୍ର ପଧାନ, ଗଣେଶ ବାରିକ, ଅଞ୍ଜନ ଧରୁଆ ପ୍ରମୁଖ ଶ୍ରୀ ସାହୁଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ।