centurian jitm

ଜୟପାଟଣା ଷ୍ଟେଟ ବ୍ୟାଙ୍କର ଜନହିତକର କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ପ୍ରଚଣ୍ଡ ରୌଦ୍ର ତାପକୁ ଆଖି ଆଗରେ ରଖି ଜୟପାଟଣା ସ୍ଥିତ ଷ୍ଟେଟ ବ୍ୟାଙ୍କ ଏଡିବି ଶାଖା ତରଫରୁ ଜନସାଧାରଣଙ୍କ ନିମନ୍ତେ ଉତ୍ତମ ପାନୀୟ ଜଳର ସୁବିଧା କରାଯାଇଛି । ଏକ ଉନ୍ନତ ମାନର ଆରୋ ମେସିନ ବ୍ୟାଙ୍କର ସମ୍ମୁଖ ଭାଗରେ ରଖାଯାଇ ପ୍ରତ୍ୟହ ଏଠାକୁ ଆସୁଥିବା ହଜାର ହଜାର ସାଧାରଣ ଜନତାଙ୍କ ନିମିତ୍ତ ସୁବନ୍ଦୋବସ୍ତ କରାଯାଇଛି । ଜଣାଶୁଣା ବ୍ୟବସାୟୀ ଜଗମୋହନ ଅଗ୍ରୱାଲଙ୍କ କରକମଳରେ ଉନ୍ମୋଚିତ ଏହି ର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ପ୍ରଭାକର ଦାଶ, ସମାଜସେବୀ ପ୍ରାଣରଞ୍ଜନ ବେହେରା, ଗଣମାଧ୍ୟମ ପ୍ରତିନିଧି ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ । ଉତ୍ତମ ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କୁନେଇ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।

Leave A Reply

Your email address will not be published.