ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ବେହେରାଗୁଡା ନିକଟରେ ଏକ ଅଘଟଣ ଘଟିଛି । ବିଦ୍ୟୁତ ଖୁଣ୍ଟରେ ଏକ ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କୁସୁମୀ ଗାଁର ଖଗପତି ପୂଜାରୀ । ଗୁରୁତର ଜଣକ ହେଲେ ରୂପକୁ ଭୁତ୍ରା । ଆଜି (ଶୁକ୍ରବାର) ଶାସନ ଗାଁରୁ ଖଗପତି ଓ ରୂପକ ନଵରଙ୍ଗପୁର ସହର ଅଭିମୁଖେ ଆସୁଥିଲେ । ଏହି ସମୟରେ ତାଙ୍କ ବାଇକ୍ ଭାରସାମ୍ୟ ହୋରାଇ ବେହେରାଗୁଡା ରାସ୍ତା ପାଶ୍ୱର୍ର ବିଦ୍ୟୁତଖୁଣ୍ଟରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଖଗପତିଙ୍କ ଜୀବନ ଚାଲିଯାଇଥିଲା । ରୂପକଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Prev Post