oom

ରେଙ୍ଗାଲି ଗ୍ରାମରେ ଲାଠୋର ପୁଲିସର ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ବଲାଙ୍ଗିର ପୁଲିସର ସୌଜନ୍ୟତାରେ ଗୁରୁବାର ଦିନ ଲାଠୋର ଥାନାଧିକାରୀ ରାକେଶ ବେହେରାଙ୍କ ନେତୃତ୍ୱରେ ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୂଳ ଲକ୍ଷ୍ୟ ହେଲା ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା । ଏନେଇ ରେଙ୍ଗାଲି ଗ୍ରାମର ଖେଳପଡିଆ ଠାରେ ଏକ ୫ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ୮ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ଖେଳଟି ବେହେରପାଣି ଓ ବର୍ତ୍ତଆ ମଧ୍ୟରେ ହୋଇଥିବା ବେଳେ ବିଜୟୀ ବେହେରପାଣି ଦଳକୁ ଏବଂ ରନର୍ସଅପ ଦଳକୁ ଟ୍ରଫି ସହ କ୍ରିକେଟ କିଟ ଏବଂ ଟି-ସାର୍ଟ ଦିଆଯାଇଥିଲା । ଅନ୍ୟପକ୍ଷରେ ଉକ୍ତ ଖେଳପଡିଆ ଠାରେ ଗରିବ ଶ୍ରେଣୀର ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର କମ୍ବଳ, ଟର୍ଚ୍ଚ ଲାଇଟ, ଛତା, ସୋଲାରଲେମ୍ପ ଇତ୍ୟାଦି ବଣ୍ଟନ କରାଯାଇଥିବା ସହିତ ରେଙ୍ଗାଲି ଗ୍ରାମ ଏବଂ ଆଖପାଖ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚକ୍ଷୁ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହା ସହିତ ରେଙ୍ଗାଲି ପ୍ରାଥମିକ ବିଦ୍ୟାଳୟର ଛୁଆଙ୍କୁ ଖାତା, ପେନ, କମ୍ପାସ ବକ୍ସ, ପାଣି ବୋତଲ, ସ୍କୁଲବ୍ୟାଗ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ସୁଦୀପ୍ତ ସାହୁ, ଡିଭିଏଫ୍‌ ଇନଚାର୍ଜ ଜୟନ୍ତ ମହାପାତ୍ର, ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର, ଏସ୍‌ଓଜି ଇନଚାର୍ଜ ରମାକାନ୍ତ ଭୋଇଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.