ରାଜ୍ୟରେ କନ୍ୟାଭୃଣ ହତ୍ୟା ଏବଂ ଶିଶୁ ଲିଙ୍ଗ ହାର କମିଯିବା ନେଇ ଜନସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ଜିଲ୍ଲା ସମଗ୍ର ଶିକ୍ଷାଭିଯାନର ସମ୍ମଳିନୀ ଗୃହରେ କନ୍ୟାଭୃଣ ହତ୍ୟା ଏବଂ ଶିଶୁ ଲିଙ୍ଗ ହାର କମିଯିବା ନେଇ ଜନସଚେତନତା ଆବଶ୍ୟକତା ରହିଛି ବୋଲି ଏକ ଆଲୋଚନା-ଚକ୍ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାଧିକାର ଆଇନ ସମ୍ବନ୍ଧରେ ଆଲୋକପାତ କରି ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ମୋ-ଗେହ୍ଲା ଝିଅ ଓ ନିର୍ଭୟ-କଢ଼ି ଏବଂ ଶିଶୁ ଯୌନ-ନିଯ୍ୟାତନା ସମ୍ପର୍କିତ ଏକ ବିଶଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ବଳରେ ଏହାକୁ କିଭଳି ରୋକାଯାଇ ପାରିବ ସେ ସମ୍ପର୍କରେ ବିହିତ ପଦକ୍ଷେପ ଉପରେ ଭିନ୍ନଭିନ୍ନ ମତପ୍ରକାଶ ହୋଇଥିଲା । ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସାବିତ୍ରୀବାଳା ଦାଶ୍ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋକପାତ କରି ବିଶ୍ଲେଷଣ କରିଥିଲେ । ଜିଲ୍ଲାର ବିଭିନ୍ନ ବର୍ଗର ବହୁ ଶିକ୍ଷାଧିକାରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ରାଜ୍ୟରେ କନ୍ୟାଭୃଣ ହତ୍ୟା ଏବଂ ଶିଶୁ ଲିଙ୍ଗ ହାର କମିଯିବା ନେଇ ଜନ ସଚେତନତା କରିବା ଲାଗି ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ରାଜ୍ୟର ଶିଶୁ ଲିଙ୍ଗ ହାର କମିଯିବା ନେଇ ସରକାର ଚିନ୍ତିତ ଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ, ସ୍ୱେଚ୍ଛାସେବୀ ସଂଗଠନ, ସ୍କୁଲ, କଲେଜ ସ୍ତରରୁ ବ୍ୟାପକ ସଚେତନତା କରାଯାଉଛି । ରାଜ୍ୟର ଶିଶୁ ଲିଙ୍ଗ ହାର କମ୍ ଥିବା ଓଡ଼ିଶାର ଚାରୋଟି ଜିଲ୍ଲା ହେଉଛି, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଗଞ୍ଜାମ ଜିଲ୍ଲା ଅନ୍ତର୍ଭୁକ୍ତ ଥିବା ବେଳେ ୨୦୧୬-୧୭ଠାରୁ ବିଜୁ କନ୍ୟାରତ୍ନ ଯୋଜନା କାର୍ଯ୍ୟକାରୀ ହେଉଅଛି । ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ମୋ ଗେହ୍ଲା ଝିଅ, ନିର୍ଭୟ କଢ଼ି ମାଧ୍ୟମରେ ପ୍ରତି ଗ୍ରାମରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରୀ ରହିଛି । କନ୍ୟା ଶିଶୁ ବଞ୍ଚି ରହିବା, ସେମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ଓ ଉଜ୍ଜ୍ବଳ ଭବିଷ୍ୟତ ଦିଗରେ ବିକାଶ କରିବା ଏବଂ କନ୍ୟା ସନ୍ତାନ ପ୍ରତି ଉଚିତ୍‌ ଗୁରୁତ୍ତ୍ୱପୂର୍ଣ୍ଣ ମନେକରିବା ଏବଂ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଉପରେ ଗତକାଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର ମାନ କରାଯାଇଛି । ବିଜୁ କନ୍ୟା ରତ୍ନ ଯୋଜନା ମାଧ୍ୟମରେ ବେଟି ବଚାଓ, ବେଟି ପଢ଼ାଓ, ଭାରତ ସରକାର ୨୦୧୫ ମସିହାରୁ କନ୍ୟା ଶିଶୁ ବଞ୍ଚିବା, ପଢ଼ିବା ଓ କନ୍ୟାଭୃଣ ହତ୍ୟା ବନ୍ଦ କରିବା ଆଦି ଦିଗରେ ସରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ଉକ୍ତ ଆଲୋଚନାଚକ୍ରରେ କୁହାଯାଇଛି ।

Leave A Reply

Your email address will not be published.