centurian jitm

ଜଙ୍ଗଲରୁ ମିଳିଲା ମୃତଦେହ

nschool

କରଞ୍ଜିଆ : ଜଙ୍ଗଲରୁ ମିଳିଲା ମୃତଦେହ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଜାମଦା ଗାଁ ଜିଆଣି ସାହି ଶାଳ ଜଙ୍ଗଲରେ ପଡିଛି ମୃତଦେହ । ମୃତକ ହେଉଛନ୍ତି ଧୋବାଡ଼ିହା ଗାଁର ମାଠାଇ ହୋ ବୋଲି ଜଣାପଡିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା । ଖବର ଅନୁସାରେ ମଙ୍ଗଳବାର ରାତିରେ ଜାମଦା ଗାଁ ଜିଆଣୀ ସାହୁକୁ ମଦ ପିଇବା ପାଇଁ ଯାଇଥିଲେ । ବିଳମ୍ବିତ ରାତି ଯାଏଁ ସେ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ମାଠାଇଙ୍କ ଭଉଣୀ ବହୁ ଖୋଜାଖୋଜି ପରେ ଜଙ୍ଗଲରେ ମୃତଦେହ ପଡିଥିବାର ଖବର ପାଇଥିଲେ । ଏହାପରେ ତୁରନ୍ତ ସେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ମୃତଦେହ ସଂପର୍କରେ ଖବର ପାଇ ଯଶୀପୁର ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଉଥିବା ବେଳେ ବର୍ତ୍ତମାନ ଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.