oom

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ନାନ୍ଦୁପଲାଠାରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଗୁରୁବାର ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପବନ କୁମାର ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାନ୍ଦୁପଲା ସରପଞ୍ଚ ନୀଲେନ୍ଦ୍ରି ପୂଝାରୀ, ଭାନପୁର ସରପଞ୍ଚ ରିନା ଜାଲ, ମାଟିଆ ଭଟା ସରପଞ୍ଚ ସନ୍ତୋଷିନୀ ବରିହା, ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୨୪ ଜଣଙ୍କୁ ପାଣିଡ୍ରମ ପ୍ରଦାନ କରାଯାଇଥିଲା । ସେହିପରି ଘୁଚପାଲିଠାରେ ଆୟୋଜିତ ଶିବିରରେ ମଧ୍ୟ ୨୪ଟି ଡ୍ରମ ବଣ୍ଟନ କରାଯାଇଥିଲା । ଘୁଚପାଲିରେ ଆୟୋଜିତ କାର୍ଯ୍ୟକ୍ରମକୁ ୧୮୯ ବାଟାଲିୟନର ଇନିସ୍ପେକ୍ଟର ବିପୁଳ କୁରାଏ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.