centurian jitm

ସିଆର୍‌ପିଏଫ୍‌ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

nschool

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଉର୍ଲାଦାନୀ ଠାରେ ଥିବା ସିଆର୍‌ପିଏଫ୍ ବି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ସୂର୍ଯ୍ୟକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଡି ଶିବ ଶଙ୍କର ଯାଦବ, ରାମପୁର ଜିପିଓ କୁଳମଣି ସିଂ ରାୟ, ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ସରପଞ୍ଚ ସୁପ୍ରିୟା ମାଝୀ ଯୋଗ ଦେଇଥିଲେ । ଉର୍ଲାଦାନୀ ଗ୍ରାମାଞ୍ଚଳରୁ ଆସିଥିବା ଅଞ୍ଚଳବାସୀଙ୍କୁ ଷ୍ଟିଲ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସମସ୍ତ ଯବାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.