ଟିଟିଲାଗଡ଼ ଯମୁନା ଯୋରରେ ଚାଲିଛି ପଙ୍କ ଉଦ୍ଧାର, ଜଳସମ୍ପଦ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପଡ଼ାବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ୧୪/୧୫ ନମ୍ବର ୱାର୍ଡ ବାସିନ୍ଦାଙ୍କ ସମେତ ହାଟପଦାପଡ଼ା ଦୈନିକ ବଜାରକୁ ଆସୁଥିବା ଲୋକେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି ଯମୁନା ଯୋର ଉପରେ । ତେବେ ଏହି ଯମୁନା ଯୋରରେ ଜଗଲ, ପଙ୍କ ହୋଇଯାଇଥିବା ଯୋଗୁଁ ଗାଧୋଇବାରେ ବହୁତ ଅସୁବିଧା ହେଉଥିଲା । ଏ ବିଷୟରେ ସ୍ଥାନୀୟ ବିଧାୟକ ତଥା ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ୱାର୍ଡ ନମ୍ବର ୧୫ର ପୁର୍ବତନ ବିଜେଡ଼ି କାଉନସିଲର ଶ୍ରୀମତୀ ଅନିତା ଚନ୍ଦନ ଓ ବିଜେପିର ନୂତନ କାଉନ୍‌ସିଲର ସୁନିଲ ଆଚାର୍ଯ୍ୟ ଅବଗତ କରାଇବା ପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପଙ୍କ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେବା ପରେ ରବିବାର ସକାଳୁ ଏହି ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପଡ଼ାବାସୀ । ଆଗକୁ ଖରା ଦିନ ଆସୁଥିବା ଯୋଗୁଁ ଏହି ସଫେଇ କାମ ନିହାତି ଆବଶ୍ୟକ ଥିଲା ବୋଲି ଲୋକେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.