ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଭୁତିବାହାଲ ଗ୍ରାମର ଶେଷ ମୁଣ୍ଡରେ ବର୍ଷାଦିନେ ଆଣ୍ଠୁଏ ପାଣି ଜମି ରହୁଥିବା ଅଭିଯୋଗ । ଅଭିଯୋଗ ଅନୁସାରେ ଠିକାଦାର ରାସ୍ତା କାମ କରିବା ସମୟରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରି ନଥିବାରୁ ବର୍ଷା ପାଣି ସେଇଠି ଜମି ରହୁଛି । ଯାହା ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ସ୍ଥାନରେ ପାଣି ଜମିବା ଦ୍ୱାରା ମଶା ମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଇଛି । ଏ ବିଷୟରେ ଠିକାଦାର ତଥା ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଜଣେଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏହାର ସ୍ଥାୟୀ ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।