jayashree

ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ଜାମିନ ବିହୀନ ଗିରଫ ଜାରି କଲେ ଏସ୍‌ଡ଼ିଜେଏମ୍‌ କୋର୍ଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲାରେ ଆସିଲା ଏକ ବଡ ଫଇସଲା । ରାୟଗଡା ଏସ୍‌ଡ଼ିଜେଏମ୍‌ କୋର୍ଟ ଦ୍ୱାରା ଏହି ହତ୍ୟା ମାମଲାରେ ଏନ୍‌. ଭାସ୍କର ରାଓଙ୍କ ସମେତ ଏଲ୍ଲା ଭେଙ୍କଟେଶ୍ଵର ରାଓ ଓରଫ କଣ୍ଡା ବାବୁ, କେ. କ୍ରିଷ୍ଣା ରାଓ, ଇପିଲି ସନ୍ୟାସୀ ରାଜୁ, ଆଦି ନାରାୟନା ଏବଂ ପେଦିନା ଦିଲ୍ଲୀପ କୁମାରଙ୍କ ନାଁରେ ଜାମିନ ବିହୀନ ଗିରଫ ପରବାନା ଜାରି ନେଇ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଆଇନଜୀବୀ ସାମୁଏଲ ତାଣ୍ଡି । ଘଟଣାରୁ ପ୍ରକାଶ ଯେ, ୧୫ ଡିସେମ୍ବର ୨୦୧୦ ମସିହାରେ ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆନ୍ଧ୍ରର ଗଟାବ୍ରିଜ ନିକଟରେ ଠାବ କରାଯାଇଥିଲା । ଏହାପରେ ଆବେଦନକାରୀଙ୍କ ସମେତ ଆଦିବାସୀ ସଂଘ ଏହି ମାମଲାର ଯାଞ୍ଚ ପାଇଁ ଦାବି କରିଥିଲେ । ହେଲେ ଦୀର୍ଘ ୧୨ ବର୍ଷ ପରେ ମଧ୍ୟ କୌଣସି ସୁଫଳ ମିଳିନପାରିବାରୁ ଆଦିବାସୀ ମହାସଂଘ ଏବଂ ଆବେଦନକାରୀ ୧୪ ଫେବୃଆରୀ ୨୦୨୪ରେ ପୁନଃର୍ବାର ପିଟିସନ ଦାଏର କରିଥିଲେ । ଏହାର ଶୁଣାଣି କରିବା ପରେ ଏସ୍‌ଡ଼ିଜେଏମ୍‌ କୋର୍ଟର ବିଚାରପତି ବର୍ଷା ଦାସ, ଭାସ୍କର ରାଓଙ୍କ ସମେତ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଜାମିନ ବିହୀନ ଗିରଫ ପରବାନା ଜାରି କରିଛନ୍ତି ।

Leave A Reply

Your email address will not be published.