jayashree

ବରଗଡ଼ ସବ୍‌ଜେଲରୁ ଜାମିନରେ ବାହାରିଲେ କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ

ବରଗଡ, (ନିରୋଜ କୁମାର ପାଣୀ) : କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ ଆଜି ବରଗଡ଼ ସବ୍‌ଜେଲରୁ ଜାମିନରେ ବାହାରିଛନ୍ତି । ବରଗଡ଼ ଖୁଣ୍ଟିଲିପାଲି ଅପେରା ପୋଷ୍ଟର ଚିରା ମାମଲାରେ ମିଛ କେସରେ ଛନ୍ଦି ହୋଇ ଦୀର୍ଘ ୧୯ଦିନ ପର୍ଯ୍ୟନ୍ତ ବରଗଡ଼ ସବ୍‌ଜେଲରେ ରହିଥିବା ବେଳେ ଆଜି ବରଗଡ଼ ଜିଲ୍ଲା ଜର୍ଜଙ୍କଠାରେ ଶୁଣାଣି ହୋଇଥିଲା ଓ ତାଙ୍କର ଜାମିନ ମଞ୍ଜୁର ହେବା ପରେ ସନ୍ଧ୍ୟା ୬ଟା ସମୟରେ କାରାଗାରରୁ ବାହାରିଛନ୍ତି । ତେବେ ତାଙ୍କୁ କାରାଗାର ପରିସରରୁ କୋଶଲ ସଂଗ୍ରାମୀମାନେ ପୁଷ୍ପମାଲ୍ୟ ଦେଇ କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ ଜିନ୍ଦବାଦ ନାର ଦେଇ ପାଛୋଟି ନେଇଥିଲେ ।

Leave A Reply

Your email address will not be published.