oom

ଜାମଗାଁରେ ଯୁବ ଓଡିଶା କାର୍ଯ୍ୟକ୍ରମର ଚତୁର୍ଥ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାମଗାଁରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା ସଭାରେ ପୋରହିତ୍ୟ କରିଥିବା ବେଳେ ଅନୁଷ୍ଠାନର ପୂର୍ବତନ ସଂପାଦକ ଶିବ ପ୍ରସାଦ ଭଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ସାମାଜିକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପରେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ବହୁ ଜନସଚେତନତା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଶୋଭାଯାତ୍ରା ବା ର‍୍ର୍ୟଲି କରି ଜାମଗାଁ ଗ୍ରାମ ପରିକ୍ରମା କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ପଥପ୍ରାନ୍ତ ନାଟକରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦର୍ଶକମାନଙ୍କ ମନ ମୋହିଥିଲେ । ସ୍ୱଚ୍ଛତା, ବାଲ୍ୟବିବାହ ନିରୋଧ, ଯୌତୁକ ପ୍ରଥା ନିରକ୍ଷରତା, ମ୍ୟାଲେରିଆ, ଡେଙ୍ଗୁ, ସର୍ପ ଦଂଶନ, ଗୁଣି ଗାରେଡି ଆଦି ସାମାଜିକ ବ୍ୟାଧି ଉପରେ ସ୍ଲୋଗାନ ତଥା ପଥପ୍ରାନ୍ତ ନାଟକ ମାଧ୍ୟମରେ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ଯାହା କି ଚିତ୍ତାକର୍ଷକ ଥିଲା । ଏହି କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ହେମସାଗର ସ୍ୱାଇଁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଦାସରଥି ପଟେଲ, ଶୋଭାକର ବିଶ୍ୱାଳ, ସି. ଭୋଇ, କିରାଣୀ ପିତାମ୍ବର କର୍ମୀ, ଖେଳ ଶିକ୍ଷକ ଅଶୋକ ଭଞ୍ଜ, ଲାଇବ୍ରେରୀଆନ୍‌ ନନ୍ଦିକିଶୋର କର୍ମୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ, ସମସ୍ତ ଛାତ୍ର ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.