oom

ବଲାଙ୍ଗିର କୋଶଲୀ କିଶାନ ସଭା ପକ୍ଷରୁ ସାଲେଭଟାରେ ଚକ୍କା ଜାମ୍‌

jsmm

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଲୀ କିଶାନ ସଭା ପକ୍ଷରୁ ସାଲେଭଟାରେ ଚକ୍କା ଜାମ୍‌ କରାଯାଇଥିବା ଦେଖିବାକୁ ମିଳିଛି । ପୂର୍ବତନ ସାଂସଦ ତଥା ବିଶିଷ୍ଟ କୃଷକ ନେତା ବାଳଗୋପାଳ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଚକ୍କା ଜାମ୍‌ କାର୍ଯ୍ୟକ୍ରମ ଆଧାରରେ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ଶ୍ରୀ ମିଶ୍ରଙ୍କ ସହ ଆଗଲପୁର ବ୍ଲକ ପୂର୍ବତନ ଚେୟାର୍‌ମେନ୍‌ ରତ୍ନାକର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ ଭୋଇ, ବିଜୟ ବେହେରା, ସଂଖାଳି ସାହୁ, କୈବଲ୍ୟ ଛତ୍ରିଆ, ନବୀନ ବରିହା, ହୃଦାନନ୍ଦ ଠାକୁର, ଭାଗବତିଆ ପାଢ଼ୀ, ବିଜୟ ସାହୁ, ନବୀନ ସେଠ, ବୃନ୍ଦାବନ ସେଠ, ବୃନ୍ଦାବନ ଶତପଥୀ, ପ୍ରଦୀପ ମେହେର, ଫକୀର ବିଶ୍ୱାଳ, ପ୍ରମୋଦ ମିଶ୍ର, କଉସ୍ତୁବ ସାହୁ, କେଦାର ଥନାପତି, ସତ୍ୟ ପଟେଲ, ଅରବିନ୍ଦ ଶତପଥୀ, ସୁରେଶ ପଣ୍ଡା, ସହଦେବ ବିଶ୍ୱାଳ, କୁଂଜ ତ୍ରିପାଠୀ, ସଂଜୟ ଭୋଇ, ଆନନ୍ଦ ପଧାନ, ଅଲେଖ ପଧାନ, ସତିଆ ସାହୁ, ଟୁନା ସାହୁ, ଶାନ୍ତନୁ ସାହୁ, ଆର୍ତ୍ତତ୍ରାଣ ପଧାନ, ବିନୋଦିନୀ ହୋତା, ମହେନ୍ଦ୍ର ଭୋଇ, ଡାଲ ଭୋଇ, ବଡ଼ ପଟେଲ ପ୍ରମୁଖ ବହୁ ଚାଷୀ ଏହି ରାସ୍ତାରୋକରେ ସାମିଲ୍‌ ରହିଥିଲେ ।

jittmm
Leave A Reply

Your email address will not be published.