ବରଗଡ, (ମୁନ୍ନା ସାହୁ) : ବରଗଡ଼ କୋର୍ଟ ସମ୍ମୁଖରେ ଥିବା କମ୍ପ୍ଲେକ୍ସର ଏକ ଦୋକାନ ଗୃହ ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ହୁତୁହୁତୁ ହୋଇ ଜଳିଲା ଦୋକାନ । ଆଜି ସକାଳ ୯ଟା ସମୟରେ ବରଗଡ଼ କୋର୍ଟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପି ଏଣ୍ଡ ଜି ଅପ୍ଟିକାଲ ଦୋକାନରେ ହଠାତ୍ ନିଆଁ ଲାଗି ଜଳିବାକୁ ଲାଗିଲା । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ବରଗଡ଼ ଅଗ୍ନିଶମ ବିଭାଗ ଆସିବା ପରେ ନିଆଁକୁ ଆୟତ୍ତ କରଯାଇଥିଲା । ତେବେ ଠିକ ସମୟରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଅନେକ ଦୋକାନକୁ ବ୍ୟାପିବାର ସମ୍ଭାବନା ରହିଥିଲା । ନିଆଁ ଲାଗିବା ଖବର ପାଇ ବରଗଡ଼ର ବୁଦ୍ଧିଜୀବୀମାନେ ଅଗ୍ନିଶମ ବିଭାଗ, ପୋଲିସ ଓ ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରିଥିଲେ । ନିଆଁ ଲାଗିଥିବାରୁ ଦୋକାନ ଭିତରେ ଥିବା ସବୁ ସାମଗ୍ରୀ ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିଶମ ବିଭାଗ ପହଂଚି ନିଆକୁ ଆୟତ୍ତ କରିଛି ।