ଜଳିଗଲା ୪ଟି ବସ୍

ରାୟଗଡ଼ା, (କେପିଏନ୍‌ଏସ୍‌) : ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିଲା, ଆକସ୍ମିକ ହୁତ୍‌ ହୁତ୍‌ ହୋଇ ଜଳି ଉଠିଲା । ସୂଚନା ଅନୁସାରେ ବିଷମକଟକ ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଟି ବସ୍‌ରେ ହଠାତ୍‌ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି । ଜଣେ ମାଲିକଙ୍କ ୪ଟି ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି । ବସ୍‌ରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି । ପ୍ରବଳ ଗରମ ଯୋଗୁଁ ବସ୍‌ରେ ନିଆଁ ଲାଗିଯାଇଥିବା କୁହାଯାଉଛି ।

Leave A Reply

Your email address will not be published.