ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଗଲା ଦୋକାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ଛକ ନିକଟସ୍ଥ ଏକ ଦୋକାନରେ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଉକ୍ତ ଦୋକାନଟି ଜଳି ଉଠିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଦୋକାନ ଜଳୁଥିବା ନେଇ ସାଙ୍ଗେ ସାଙ୍ଗେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇବା ପରେ ଦମକଳ ବାହିନୀ ଆସି ନିଆଁକୁ ଲିଭାଇଥିବା ଜଣାପଡିଛି । କାଠରେ ଉକ୍ତ ଦୋକାନ ତିଆରି ହୋଇଥିବାରୁ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ ।

Leave A Reply

Your email address will not be published.