oom

ଜଳିଗଲା କୋଇଲା ବୋଝେଇ ଟ୍ରକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୧୬ ନମ୍ବର ଜାତୀୟ ରାଜପଥ ଉପରେ କୋଇଲା ବୋଝେଇ ଟ୍ରକ ହୁ ହୁ ହୋଇ ଜଳୁଥିବା ଗତକାଲି ରାତ୍ରରେ ଦେଖିବାକୁ ମିଳିଛି । ଏହାଦେଖି ଲୋକ ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇଥିଲେ । ମିଳିଥିବା ସୂଚନା ଅନୁସାରେ ଟ୍ରକଟି କଟକରୁ ବ୍ରହ୍ମପୁର ଅଭିମୁଖେ ରାତ୍ର ସମୟରେ ଯାଉଥିବା ବେଳେ ଗାଡିଟିର ଷ୍ଟାଟିଙ୍ଗରେ ସମସ୍ୟା ଆସିଥିଲା । ଯାହାକୁ ନେଇ ଡ୍ରାଇଭର କେଶପୁରରେ ଗାଡି ମରାମତି କରିବା ପରେ ବ୍ରହ୍ମପୁର ଅଭିମୁଖେ ଆସିଥିଲା । ସର୍ଟସର୍କିଟ ଯୋଗୁଁ ରମ୍ଭା ଠାରୁ ୪ କିଲୋମିଟର ପୂର୍ବରୁ ଟ୍ରକଟିରେ ନିଆଁ ଲାଗିଯାଇଥିଲା । ଏହା ଡ୍ରାଇଭର ଓ ହେଲପର ଜାଣିବା ପରେ ଗାଡିଟିକୁ ରାସ୍ତା ପାର୍ଶ୍ୱରେ ରଖିଦେଇ ତୁରନ୍ତ ଓଲ୍ଲାଇ ପଡ଼ିଥିଲେ । ତେବେ ଖଲ୍ଲିକୋଟ ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ସୁଧାକର ନାୟକଙ୍କ ନେତୃତ୍ୱରେ ଏଲ୍‌ଏଫ୍‌ଏମ୍‌ ସୁକାନ୍ତ ବେହେରା, ଫାୟର ମ୍ୟାନ ଯଶକେତନ ମହାନ୍ତି, ସଂଜିତ କୁମାର ସିଂ, ଲିଟନ କୁମାର ଜେନା, ସୁଶାନ୍ତ ଶେଖର ସାହୁ, ଡ୍ରାଇଭର ରଶ୍ମିକାନ୍ତ ବେହେରା ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ଟ୍ରକଟିରେ ଜଳ ସିଞ୍ଚନ କରି ନିଆଁକୁ ଆୟତ କରିଥିଲେ ।

jittmm
Leave A Reply

Your email address will not be published.