
ଭୁବନେଶ୍ଵର : ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର ପାଟଣା ସ୍ଥିତ ଏସ୍ବିଆଇ ଏଟିଏମ୍ରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ଭୁବନେଶ୍ଵର ବ୍ରହ୍ମେଶ୍ଵର ପାଟଣା ସ୍ଥିତ ଏସ୍ବିଆଇ ଏଟିଏମ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଏଟିଏମ୍ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।