ବଜ୍ରପାତରେ ଜଲିଗଲା ପତ୍ରଫଡି : ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଡଙ୍ଗିଆବାହାଲ ଗ୍ରାମରେ ବଜ୍ରପାତ ଯୋଗୁଁ ପତ୍ରଫଡିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ପ୍ରବଳ ପବନ ହୋଇଥିଲା । ଘଡିଘଡି ସହ ବଜ୍ରପାତରେ ପତ୍ରଫଡିରେ ନିଆଁ ଲାଗି ଜଲୁଥବା ଦେଖି ମୁନସୀ ସାଗର ବଗର୍ତ୍ତି ଓ ଚପରାଶୀ ରତ୍ନାମଣି ସାହୁ ପାଟଣାଗଡ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ହେଲେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି । ଘଟଣାର ଖବର ପାଇ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଆକଳନ କରିଥିବାର ସୁଚନା ମିଳିଛି । ଫଡିରେ ପ୍ରାୟ ଏକ ହଜାରରୁ ଅଧିକ କେରି ଗଚ୍ଛିତ ରହିଥିଲା ବେଳେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.