
ରାଉରକେଲା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା କାଂଶବାହାଲଠାରେ ଥିବା ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସେଥିପାଇଁ ମନ୍ଦିରା ଡ୍ୟାମ୍ର ୪ଟି ଗେଟ୍ ଖୋଲି ଦିଆଯାଇଛି । ଡ୍ୟାମ୍କୁ ୧୭,୯୭୨ କ୍ୟୁସେକ ଜଳ ପ୍ରବେଶ କରିଥିବା ବେଳେ ୧୭,୮୭୦ କ୍ୟୁସେକ ଜଳ ଛଡ଼ା ଯାଉଛି । ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ବ୍ରାହ୍ମଣୀ ନଦୀର କୂଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଶଙ୍ଖ ନଦୀର ଜଳସ୍ତର ବଢ଼ିଲେ ଡ୍ୟାମ୍ର ଆହୁରି ଗେଟ୍ ଖୋଲା ଯାଇପାରେ ବୋଲି ସୂଚନା ରହିଛି ।