ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ସମାଡାଙ୍କି ଗ୍ରାମ ନିକଟରେ ବାଉଁଶ ପାହାଡ ଉପରେ ଥିବା ଲତା ଝରଣା ‘ଗଦ୍ଗଦା’ ଜଳପ୍ରପାତ ନାମରେ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗଦ୍ଗଦା ଜଳପ୍ରପାତକୁ ଯିଏ ଥରେ ଆସିଛି ସେ କେବେ ବି ଭୁଲି ପାରିବନି ଏହି ମନଲୋଭା ଦୃଶ୍ୟ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭର୍ପୁର୍ ପରିବେଶକୁ ଦେଖିଲେ ମନ ଭରିଯାଏ । ପ୍ରକୃତି ପ୍ରେମୀମାନଙ୍କୁ ଏହି ଜାଗାଟି ସ୍ଵର୍ଗ ଭଳି ଲାଗିଥାଏ । ପ୍ରକୃତିର ଏହି ସୁନ୍ଦର ବରଦାନକୁ ଉପଭୋଗ କରିବା ସମୟରେ ଏଠାରେ ଗୋଟିଏ କଥା ମନେ ପଡ଼ିଯାଏ ‘ସୌନ୍ଦର୍ଯ୍ୟର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ ।
Prev Post