jayashree

ତୁରେକେଲା ବ୍ଲକ ସଦର ଗ୍ରାମରେ କାର୍ତ୍ତିକ ମାହାତ୍ମ୍ୟ ପୂଜା ଏବଂ ୫ ଦିନିଆ ଜଳନ୍ଧର ବଧ ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ସଦର ମହକୁମାରେ ୫ ଦିନ ଧରି ଚାଲିଥିବା ଜଳଲନ୍ଧର ବଧ ଏବଂ ଶ୍ରୀ ଶ୍ରୀ କାର୍ତ୍ତିକ ମାହତ୍ମ୍ୟ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଗତ ନଭେମ୍ବର ମାସ ୨୧ ତାରିଖରୁ ଶ୍ରୀ ଶ୍ରୀ ଜଗନ୍ନାଥ ମଂଦିର ପରିସରରେ କମିଟି ଦ୍ୱାରା ୨ୟ ବାର୍ଷିକ ଜଳନ୍ଧର ବଧ ଏବଂ କାର୍ତ୍ତିକ ମାହାତ୍ମ୍ୟ ପୂଜା ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ ଏହି ଯାତ୍ରାରେ ମୀନା ବଜାର, ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ସହିତ ପିଲାଛୁଆମାନଙ୍କ ପାଇଁ ଅନେକ ଷ୍ଟଲ ଲାଗିଥିଲା । ପାଂଚ ଦିନ ଧରି ଚାଲିଥିବା ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟେକ ରାତିରେ ଜଳନ୍ଧର ବଧ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଲାଗି ରହିଥିଲା । ପୂଜା କମିଟିର ସଭାପତି ଆନନ୍ଦ ସାହୁଙ୍କ ତତ୍ୱାବଧାନରେ କାର୍ତ୍ତିକ ମାହାତ୍ମ୍ୟ ପୂଜା ସହିତ ଜଳନ୍ଧର ବଧ ଅନୁଷ୍ଠିତ ହୋଇଥିଲା । ଜଳନ୍ଧର ବଧରେ ଜଳନ୍ଧର ଭାବେ ଝସକେତନ ମେହେର(ମେଲଛାମୁଣ୍ଡା) ନିଜ ଦାୟିତ୍ୱ ତୁଲାଇଥିଲେ । ଏହି ଜଳନ୍ଧର ବଧରେ ଆନନ୍ଦ ସାହୁ ନାଟ୍ୟ ପରିଚାଳନା କରିଥିଲେ । ସେହିପରି ୫ଦିନ ଧରି ଚାଲିଥିବା ଭାଗବତ ପାରାୟଣକୁ ତୁରେକେଲା ଭାଗବତ ମହିଳା କମିଟିର ସଭାନେତ୍ରୀ ବିନୋଦିନୀ ପୁଟେଲ, ସଂପାଦିକା କିମ୍ବଦନ୍ତୀ ପଣ୍ଡା ସହ ସାଥୀ ବବିତା ପଣ୍ଡା, ମହନି ବଗର୍ତି ସହଯୋଗ କରିଥିବା ବେଳେ କାର୍ତିକ ମହାତ୍ମ୍ୟରେ ସୁରୁ ମଲ୍ଲିକ ଏବଂ ତାଙ୍କ ଧର୍ମପତ୍ନୀ ଗୌରି ମଲ୍ଲିକ କର୍ତାଭାବେ ଦାୟିତ୍ୱ ତୁଲାଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ ପାଂଚ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ସଫଳରେ ସମ୍ପାଦନ କରିବା ପାିିଁ ପୂଜା କମିଟିର ରାମସରୁପ ବେନିଆ, ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ତୁରେକେଲା ପୋଲିସ ମଧ୍ୟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ । ପ୍ରତ୍ୟେକ ଦିନର ଜଳନ୍ଧର ବଧ କାର୍ଯ୍ୟକ୍ରମରେ ରାଜକୀୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝି, ଚାଉଲସୁଖା ସମିତି ସଭ୍ୟ ଗିରିରାଜ ସିଂ ମାଝି, ଭାଜପା ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ତଥା ତୁରେକେଲା ବ୍ଲକ ସରପଂଚ ସଂଘ ସଭାପତି ଜଳନ୍ଧର ମହାକୁଡ, ଡା. ଅମଜଦ ଖାନ ବିଭିନ୍ନ ଦିନ ମାନଙ୍କରେ ରାଜକୀୟ ଅତିଥି ଭାବେ ମଂଚାସୀନ ଥିଲେ । ତୁରେକେଲା ଭଳି ଉପାନ୍ତ ମାଓ ପ୍ରବଣ ଅଂଚଳରେ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଅଂଚଳର ଜନସାଧାରଣଙ୍କ ମନୋରଂଜନ ପାଇଁ ସଫଳତାର ସହ ୨ୟ ବର୍ଷ ଉଦ୍‌ଯାପତି ହୋଇଥିବାରୁ କମିଟି ତରଫରୁ ଅଂଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.