ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଜଳାଭିଷେକ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଗ୍ରାମ୍ୟ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଚୈତ୍ର ପୂର୍ଣ୍ଣିମା ଅବସରରେ ଆଜି ଭୋର ସକାଳୁ ମା’ ସମଲେଶ୍ଵରୀଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ମା’ଙ୍କ ସ୍ବତନ୍ତ୍ର ପୂଜା ପରେ ଭକ୍ତମାନେ ଗଙ୍ଗା ଜଳରେ ଅଭିଷେକ କରି ଦର୍ଶନ କରିଥିଲେ । ମଧ୍ୟାହ୍ନରେ ଚଣ୍ଡୀ ହୋମ ହେବା ସହ ମା’ଙ୍କଠାରେ ଛପନ ଭୋଗ ଅର୍ପଣ କରାଯାଏ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ପୂର୍ଣ୍ଣାହୁତି ସହ ସାମୁହିକ ଆଶୀର୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଚୈତ୍ର ଜଳାଭିଷେକ ଉତ୍ସବ ପାଳନ ପାଇଁ ଆଜି ଦିନ ତମାମ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା ।

Leave A Reply

Your email address will not be published.

error: Content is protected !!