jsm

ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ସିଶାଖାଲଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଜୀବନ ଜୀବିକା ମିଶନ କର୍ଲାମୁଣ୍ଡା ବ୍ଲକ ଭାରପ୍ରାପ୍ତ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଲଳିତ କୁମାର ବିଶି, ଗ୍ରାମ୍ୟ କୃଷି କର୍ମୀ ଲୋକନାଥ ନାଗ, ଆଇସିଡିଏସ କର୍ମୀ ଯଶୋବନ୍ତି ସାହୁ, ଚନ୍ଦ୍ରମା ତାଣ୍ଡି, ବ୍ଲକସ୍ତରୀୟ ଗ୍ରାମ ବିକାଶ ଫେଡରେଶନର ଲିଡର ଦ୍ରୋଣ ସାହୁ, ନନ୍ଦିକିଶୋର ମାଝୀ, କୃଷି ଉତ୍ପାଦକ ଦଳର ସଭ୍ୟା ନିଳେନ୍ଦ୍ରୀ ସାହୁ, ଆକାଶୀ ମାଝୀ, ଦିବ୍ୟ କାନ୍ତି ସାହୁ, ନିକିତା ନାଗ, ନଳିନୀ ମାଝୀ, ବରିଷ୍ଠ ଚାଷୀ ଛିନୁ ମାଝୀ, ପନିପରିବା ଚାଷୀ ସୂର୍ଯ୍ୟରାମ ସାହୁ, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ, ଭାଗିରଥି ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଚାଷୀ ମୁକ୍ତାଦେଇ ସାହୁ, ଦେବକୀ ହରିଜନ ଜୈବିକ ପଦ୍ଧତିରେ ପାଇଥିବା ସଫଳତା ବିଷୟରେ ନିଜ ନିଜର ଅଭିଜ୍ଞତାରୁ କହିଥିଲେ । ସଫଳ ଚାଷୀମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଚାଷୀ ଲଳିତ ସାହୁ, ଚନ୍ଦ୍ରମଣି ମାଝୀ, ବାମଦେବ ସାହୁ, ଶ୍ୟାମ ଲାଲ ମାଝୀ, ହେମନ୍ତ ସାହୁ, ଭୁପିନ୍ଦର ସାହୁ, କ୍ଷୀରବଧି ସାହୁ, ଋଷିମଣୀ ସାହୁ, ତୀର୍ଥ ରାଜ୍ ସାହୁ, ଉତ୍ତମ ସାହୁ, ମିଥୁନ ନାଗ, ଶମ୍ଭୁ ସାହୁ, ସହଯୋଗ କରିଥିବା ବେଳେ ଜୀବରଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.