om academy

ଭିଜିଲାନ୍ସ ଜାଲରେ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ

jsm

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି । ଗତକାଲି ଅପରାହ୍ନରେ ସେ ନିଜ ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି । ଫରେଷ୍ଟ ଗାର୍ଡ ବିନାୟକ ଏକ ବ୍ୟାଗରେ ଟଙ୍କା ନେଇଁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖାତିଗୁଡ଼ା ନିକଟସ୍ଥ ଇନ୍ଦ୍ରାବତୀ ପୋଲ ନିକଟରେ ଅଟକ ରଖି ଯାଞ୍ଚ କରିଥିଲେ । ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ସାଙ୍ଗରେ ଆଣି ନବରଙ୍ଗପୁର ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ କରୁଛନ୍ତି । ଏହା ସହିତ ନବରଙ୍ଗପୁର ସହରସ୍ଥିତ ରାଜୁସାହିରେ ଥିବା ତାଙ୍କ ଭଡା ଘରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.