ବିପୁଳ ପରିମାଣର ଦେଶୀ ମହୁଲି ପୋଚ ଜବତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପୋଲିସ ଥାନା ଓ ଲୋଇସିଂହା ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଅମରାମୁଣ୍ଡା ଜଙ୍ଗଲ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମହୁଲି ପୋଚ ଜବତ କରାଯାଇଛି । ଦୀର୍ଘଦିନରୁ ସ୍ଥାନୀୟ ଜଙ୍ଗଲ ମଧ୍ୟରେ ଏହି କାରବାର ଚାଲି ଆସୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଗଲପୁର ଥାନା ଆଇଆଇସି ବାସୁଦେବ ଭୋଇ ଓ ଲୋଇସିଂହା ଅବକାରୀ ଏସ୍‌ଆଇ ମାନସ କୁମାର ମୁଣ୍ଡାଙ୍କ ନେତୃତ୍ୱରେ ଉଭୟ ପୋଲିସ ତଥା ଅବକାରୀ କର୍ମଚାରୀ ପ୍ରାୟ ୧୦୦୦ ଲିଟର ମହୁଲି ପୋଚ ଜବତ କରି ନଷ୍ଟ କରିଥିବା ଜଣାଯାଇଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ପାରିନାହିଁ । ସେହିପରି ଅନ୍ୟ ଏକ ଘଟଣାରେ ଚୋରା ଦେଶୀ ମଦ କାରବାର ଅଭିଯୋଗରେ ନୁନିଆପାଲି ଗ୍ରାମର ଜଗନ୍ନାଥ ସାହୁଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଜଗନ୍ନାଥଙ୍କ ନିକଟରୁ ପ୍ରାୟ ୯ ଲିଟର ଦେଶୀମଦ ଜବତ କରିବା ସହିତ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.