
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଖଡ଼ା ବାଲିଘାଟରେ ପ୍ରଶାସନ ଚଢ଼ାଉ କରିଛି । ଏହି ସମୟରେ ଟ୍ରାକ୍ଟରରେ ବାଲି ଲୋଡ୍ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ମାଫିଆମାନେ ୩ଟି ଟ୍ରାକ୍ଟର ଛାଡ଼ି ଫେରାର୍ ମାରିଥିଲେ । ତେବେ ସମସ୍ତ ଟ୍ରାକ୍ଟର ପୁରୁଣା ରସିଦ ରଖି ବେଆଇନ ବାଲି ଚାଲଣ କରୁଥିବା ଜଣାପଡ଼ିଛି । ସେହିପରି ନିକଟ ପୋଲ ଉପରେ ଏକ ପଥର ବୋଝୋଇ ହାଇୱା ଗାଡ଼ି ବଲାଙ୍ଗିର ପଟରୁ ତୁଷୁରା ପଟକୁ ଆସୁଥିଲା । ଏହି ସମୟରେ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯିବାରୁ ଆବଶ୍ୟକ କାଗଜପତ୍ର ନଥିବାରୁ ବେଆଇନ ଦର୍ଶାଇ ଖଣି ବିଭାଗ ପକ୍ଷରୁ ଥାନାରେ ଜିମା ଦିଆଯାଇଛି । ତେବେ ଉକ୍ତ ପଥର ବୋଝୋଇ ହାଇୱା ଗାଡ଼ିଟି ଦେଓଗାଁ ପଟ କ୍ରସରକୁ ଯାଉଥିବା ଜଣାପଡ଼ିଛି ।