om academy

ରାୟପୁରରୁ ସୋନପୁର ଆସୁଥିବା ବେଳେ ବିପୁଳ ପରିମାଣର କୀଟନାଶକ ଜବତ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାରଠାରେ ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ ହୋଇଥିବା ଜଣାପଡିଛି । ଏସବୁ ରାୟପୁରରୁ ଆସୁଥିବା ସମୟରେ ଧରାପଡିଥିଲା । ସୂଚନା ଅନୁସାରେ, ରବିବାର ଏକ ଟ୍ରକରେ କିଛି କୀଟନାଶକ ସୋନପୁର ଆସୁଥିଲା । ତେବେ ଏଫମଶି କୀଟନାଶକ କମ୍ପାନୀର କର୍ମଚାରୀମାନେ ଭେଜାଲ ଔଷଧ ଭାବି ଟ୍ରକଟିକୁ ଅଟକାଇଥିଲେ । ଟ୍ରକଟି ଅଟକିବା ପରେ ଡ୍ରାଇଭର କେତେ ପରିମାଣର କୀଟନାଶକ ଔଷଧ ରହିଛି କେଉଁଠୁ ଆସୁଥିଲା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । କମ୍ପାନୀର କର୍ମଚାରୀ ଟ୍ରକଟିକୁ ଅଟକାଇବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.