ବେଆଇନ ଭାବେ ବାଲି ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ୮ଟି ହାଇୱା ଜବତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ ଅନ୍ତର୍ଗତ ଓଡିଶା ଓ ଝାଡଖଣ୍ଡ ସୀମାରେ ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ଜବତ କରିଛନ୍ତି ଗ୍ରାମବାସୀ । ଦୀର୍ଘ ୨ ମାସରୁ ଅଧିକ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କୌଣସି ଫଳ ପାଇନଥିଲେ ଗ୍ରାମବାସୀ । ଯାହା ଫଳରେ ବାଧ୍ୟ ହୋଇ ୫ଟି ଗ୍ରାମର ଗ୍ରାମବାସୀ ମିଶି ଗାଡିଗୁଡିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ଘାଘରବେଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ୮ ଜଣ ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.