oom

୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ଦୁର୍ଘଟଣାପରେ ଡ୍ରାଇଭର୍‌ ଫେରାର୍‌

jsmm
  • ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଘଟଣାଗ୍ରସ୍ତ ଟ୍ରିପର ଭିତରୁ ପୁଳାପୁଳା ଗଞ୍ଜେଇ ବସ୍ତା ଜବତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି ବୈପାରିଗୁଡା ପୋଲିସ । ଶନିବାର ରାତ୍ରି ୧୦ଟା ପରେ ବୈପାରିଗୁଡା ଦିଗାପୁର ରାସ୍ତାର ପୂଜାରୀପୁଟ ଗାଁ ଛକ ରାସ୍ତାକଡରେ ଥିବା ଏକ ବରଗଛକୁ ଧକ୍କା ଦେଇ ଗାଡି ରାସ୍ତା ତଳକୁ ଓଲଟି ପଡିଥିବା ଖବର ପାଇଁ ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ, ଏସ୍‌ଆଇ ଦିରେନ ବାରିକ, ଏଏସ୍‌ଆଇ ଶିବ ଶଙ୍କର ନାୟକ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡି ପାଖରେ ବସ୍ତା ଗୁଡିକ ପଡିଥିବାରୁ ସେଥିରେ ଗଞ୍ଜେଇ ଥିବା ପୋଲିସ ଅନୁମାନ କରି ବୈପାରିଗୁଡା ଥାନାକୁ ଆଣିଥିଲା । ବସ୍ତା ଖୋଲି ଯାଞ୍ଚ କରିବା ସମୟରେ ବସ୍ତା ଭିତରୁ ଗଞ୍ଜେଇ ବାହାରିବା ପରେ ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ଥାନା ଅଧିକାରୀଙ୍କ ନେତ୍ୱତୃରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଥିବାର ସୂଚନା ଦେଇଛନ୍ତି ଆଇଆଇସି ଦୀପାଞ୍ଜଳି ପ୍ରଧାନ । ତେବେ ୨୮ଟି ବସ୍ତା ଓଜନ କରାଯିବା ପରେ ବସ୍ତା ଭିତରୁ ୭୬୫.୩୦୦ ଗ୍ରାମ ଗଞ୍ଜେଇ ବାହାରିଥିବାର ଜଣାପଡିଛି । ବୈପାରିଗୁଡା ପୋଲିସକୁ ବଡ ସଫଳତା ମିଳିଛି । ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ରୋକିବା ଦିଗରେ ସଫଳ ହୋଇଛି ପୋଲିସ ।

jittmm
Leave A Reply

Your email address will not be published.