ସୀମାନ୍ତରୁ ଲ୍ୟାଣ୍ଡମାଇନ୍‌ ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଜରେଇକେଲା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସରଣ୍ଡା ଜଙ୍ଗଲରୁ ରବିବାର ସୁରକ୍ଷା ବାହିନୀ ପକ୍ଷରୁ ଗୋଟିଏ ପାଞ୍ଚ କେଜି ବିଶିଷ୍ଟ ଲ୍ୟାଣ୍ଡମାଇନ୍‌ ଜବତ ହୋଇଛି । ସରଣ୍ଡା ଜଙ୍ଗଲରେ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନକୁ ବିଫଳ କରିବା ପାଇଁ ସିଆର୍‌ପିଏଫ୍‌ ଯବାନମାନଙ୍କୁ ଟାର୍ଗେଟ୍‌ କରି ସରଣ୍ଡା ଜଙ୍ଗଲର ଟୋନ୍ତୋ ଠାରେ ଏହି ଲ୍ୟାଣ୍ଡମାଇନ୍‌ଟି ମାଓବାଦୀଙ୍କ ପକ୍ଷରୁ ଲଗା ଯାଇଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.