ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ବେଳେ ଜବତ କଲା ଟିଟିଲାଗଡ଼ ପୋଲିସ : ବାହାରିଲା ୨୪୪ ପ୍ୟାକେଟ୍‌ ଗଞ୍ଜେଇ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାଧିକାରୀ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବେଲଗାଁ ନିକଟରୁ ଓଡି୦୩ଏଚ୍‌୫୩୯୪ ନମ୍ୱର ବିଶିଷ୍ଟ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡ଼ିର ପିଛା କରିବା ସହ ଟିଟିଲାଗଡ଼ ସହରର ଚାରିଆଡ଼େ ନାକାବନ୍ଦି କରିଥିଲା । ଥାନା ସମ୍ମୁଖରେ ଗାଡ଼ିକୁ ଅଟକାଇ ଡ୍ରାଇଭର୍‌କୁ ପଚାରିବାରୁ ସିଏ ସତ କଥା କହିଥିଲା । ଏକ୍ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ, ଗାଡ଼ି ଭିତର ଚେମ୍ବର୍‌ରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବାହାରୁଥିବା ଦେଖିବାକୁ ମିଳୁଛି । ଗଞ୍ଜେଇ ବାହାର କରିବା ସହ ଗଣତି ଜାରି ରହିଛି । ତେବେ ଥାନାଧିକାରୀ ଅବନୀ ସାହୁଙ୍କ ସହ ପୋଲିସ ଟିମ୍ ଦ୍ଵାରା ଏହି ଗାଡିକୁ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ଯାଏଁ ହେବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.