ଡୁୁମେରବାହାଲ ଡେମ୍‌ ନିକଟରୁ ଦେଶୀ ମଦ ପ୍ରସ୍ତୁତ ବେଳେ ବିପୁଳ ପରିମାଣର ମଦ ଜବତ କଲା ଟିଟିଲାଗଡ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଥାନାଧିକାରୀ ଅବନୀ ସାହୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାହାନ୍ତିଆରୁ ଡୁମେରବାହଲ ନିକଟ କୁଟୁରାକେନ୍ ଗ୍ରାମଠାରେ ଦେଶୀ ରନ୍ଧାମଦ ପ୍ରସ୍ତୁତ ହେଉଥିବା ଖବର ପାଇ ପାହାନ୍ତିଆରୁ ସେହି ସ୍ଥାନକୁ ପୋଲିସ ସଦଳବଳ ପହଞ୍ଚି ପାଣି ଥିବା ଜୋର ଭିତରେ ପଶି ଡ୍ରମ୍‌ମାନଙ୍କ ଭିତରେ ରଖାଯାଇଥିବା ମଦ ଜବତ କରିଛି । ପୋଲିସକୁ ଦେଖି ମଦ ପ୍ରସ୍ତୁତ କରୁଥିବା ଲୋକେ ଫେରାର ମାରିଥିଲେ । ଜଙ୍ଗଲ ଭିତରେ ଖୋଜାଖୋଜି କରିବା ପରେ ବି ସେମାନଙ୍କୁ ନପାଇ ମଦ ଡ୍ରମ୍‌, ବ୍ୟାରେଲ, ୧୪୦୦ ଲିଟର ମଦ ଜବତ କରିବା ସହ ତାକୁ ଧରି ଟିଟିଲାଗଡ ଥାନାକୁ ଆଣିଥିବା ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ନିର୍ବାଚନ ପାଇଁ ଏତେ ଅଧିକ ପରିମାଣରେ ମଦ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି । ଏହି ଚଢ଼ାଉରେ ଥାନାଧିକାରୀ ଅବନୀ ସାହୁ, ଏଏସ୍‌ଆଇ ସୁବାସ ଚନ୍ଦ୍ର ସାହୁ, କାର୍ତ୍ତିକ ପ୍ରଧାନ, ପିଏସ୍‌ଆଇ ଆଶିଷ କୁମାର ବିଶ୍ୱାଳ, କନଷ୍ଟେବଳ୍‌ ଆକାଶ ବେହେରା, ଗୌରାଙ୍ଗ ଶବର ଓପିଏଫ୍ ଭାଗିରଥି ବାଲା, ରାୱା ମୂତା, ନରେଶ କହଁର, ଟିକୁ କିର୍ଷାନି ସାମିଲ ଥିଲେ ।

jittmm
Leave A Reply

Your email address will not be published.