oom

ଜଙ୍ଗଲ ବିଭାଗକୁ ବଡ଼ ସଫଳତା : ଖଇର ଗଛ କାଟୁଥିବା ବେଳେ ଧରାପଡ଼ିଲେ ୩ ଜଣ ଅଭିଯୁକ୍ତ, ୩ବାଇକ ସହ କରତ ମେସିନ ଜବତ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଞ୍ଜ କରମତଲା ସେକସନ ଦାବଜୁରୀ ଖୁସା ସଂରକ୍ଷିତ ଡୁମେର ଯୋର ଜଙ୍ଗଲ ଠାରେ କେତେକ ଦୁବୃତ୍ତମାନେ ଖଇର ଗଛ କାଟୁଥିବା ବେଳେ ଜଙ୍ଗଲ ବିଭାଗ ହାତରେ ଧରାପଡିଛନ୍ତି । ଏନେଇ ଜଙ୍ଗଲ ବିଭାଗ କେସ ନଂ ୩୬୭/୨୨ରେ ଏକ ମାମଲା ରୁଜୁ କରି ସଇଁତଲା କୋର୍ଟକୁ ଚାଲାଣ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଦେଓଗାଁ ଥାନା ବନ୍ଦପଡା ଭୁତିଆରବାହାଲର ଚୋରମରା ଗାଁର ସ୍ଵପ୍ନେଶ୍ଵର ଦନ୍ତା(୩୮), ରୁଗୁଡ଼ିପାଲିର ଦିନବନ୍ଧୁ କ୍ଷେତି(୨୪) ଓ ବିଳାସପୁର ଗ୍ରାମର ବୈଷ୍ଣବ ମହାକୁଡ଼(୫୨)ଙ୍କୁ ଜଙ୍ଗଲ ବିଭାଗ ଉଭୟ ୩ଜଣଙ୍କୁ ଗିରଫ କରି ବଲାଙ୍ଗିର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦେଇଛନ୍ତି । ପ୍ରକାଶ ଯେ, ଗତ ୧୬ତାରିଖ ସକାଳ ୧୧ ଘଣ୍ଟା ସମୟରେ କାଠ ମାଫିଆମାନେ କୁଶା ସଂରକ୍ଷିତ ଜଙ୍ଗଲକୁ ୩ଜଣ ଯୁବକ ପହଂଚି ଆଖିମୂଜା ଖଇର ଗଛ କାଟି ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଜଙ୍ଗଲ ବିଭାଗର କରମତଲା ଫରେଷ୍ଟର ସୁଧୀର କୁମାର ଜେନା ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳକୁ ପହଂଚିଥିଲେ । ଏଥିରେ ୩ଜଣ ଯୁବକଙ୍କୁ କାବୁ କରିବା ସହ ୩ଗୋଟି ବାଇକ ସହ କରତ ମେସିନକୁ ବନ ବିଭାଗ ଜବତ କରିଥିଲେ । ଏହି ଚଢ଼ାଉ ସମୟରେ ଫରେଷ୍ଟର ସୁଶିଲ ପୁଟା, ଫରେଷ୍ଟ ଗାର୍ଡ ମୁରଲୀ ବେହେରା, ରମେଶ ଧରୁଆ, ସତ୍ୟନାରାୟଣ ପ୍ରଧାନ, ପାରା ଫରେଷ୍ଟ ଲମ୍ବୋଦର ପୋଡ, ହେମାନନ୍ଦ ବାଗ, ଶୁକ୍ରୁ ବଗର୍ତ୍ତି, ବେଣୁଧର ପଧାନ, ସୁରେଶ ବଗର୍ତ୍ତୀ, କୁଶ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.