୨୩୩ ଲିଟର ମଦ ସହ ୬୮୫ ପୋଚ ଜବତ : ୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଅବକାରୀ ବିଭାଗ ଥାନା ପକ୍ଷରୁ ବିଭନ୍ନ ସ୍ଥାନରେ ଚଢାଉ ହୋଇଛି । ମାଥିଲି ଅବକାରୀ ଥାନାର ଉପନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ କୂଟନୀପାଲି ଗ୍ରାମ ଉପରେ ଚଢ଼ାଉ କରି ୨୩୩ ଲିଟର ମହୁଲି ମଦ ଓ ୬୭୫କେଜି ମହୁଲ ପୋଚ ମଦ ରନ୍ଧା ସାମଗ୍ରୀ ସବୁ ଜବତ କରିଛନ୍ତି । ଏଥିସହ ୨ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ୨ ଜଣ ହେଲେ କୁଟୁନପାଲି ଗ୍ରାମର ସୋନୁପୁଜାରୀ ଓ ଭଗତ ଚାଲାଣ ।

Leave A Reply

Your email address will not be published.