ସହର ମଧ୍ୟର ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକର ଜବର ଦଖଲ ଉଛେଦ ମ୍ୟୁନିସିପାଲଟି ତରଫରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ସହର ମଧ୍ୟରେ ଏହି ସ୍ଥାନରେ ଗୋଟିଏ ଲୁହା ଦୋକାନ ଏବଂ ଚା’ ଦୋକାନ ରହିଥିବା ବେଳେ ରାସ୍ତା ଅବରୋଧ ହୋଇ ସଂକୀର୍ଣ୍ଣ ହୋଇଯାଇଥିଲା । ତେବେ ଦୀର୍ଘକାଳ ହେବ ଏହି ସ୍ଥାନ ଜବର ଦଖଲରେ ଥିବା ସତ୍ତ୍ବେ ମ୍ୟୁନିସିପାଲଟି କିମ୍ବା ଜିଲ୍ଲା ପ୍ରଶାସନର ନଜରକୁ ଆସି ପାରି ନଥିଲା । ପରେ ଏବେକାର ପୌର ଅଧିକାରୀ ଏ ସମ୍ପର୍କରେ ଖୋଳତାଡ଼ କରି ଏହି ସ୍ଥାନରେ ବିଗତ ୪୦ବର୍ଷ ପୂର୍ବରୁ ମ୍ୟୁନିସିପାଲଟିର ଆବର୍ଜନା ଜମା କରାଯାଇଥିଲା । ପର୍ଯ୍ୟାୟ କ୍ରମେ ସହର ବଢିବା ପରେ ଏହି ସ୍ଥାନରେ ଆବର୍ଜନା ପକାଇବା ବନ୍ଦ ହୋଇଯାଇଥିଲା । ପରେ ଏହା ଜବର ଦଖଲ ହୋଇ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.