ଭୁବନେଶ୍ୱର : ଡିସିପି ପିନାକ ମିଶ୍ର ବଦଳି କରାଯାଇ ତାଙ୍କ ଜାଗାରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି ନା କୌଣସି ଚର୍ଚ୍ଚା ଥିଲା ନା ଥିଲା କୌଣସି ପୂର୍ବାନୁମାନ । ରାତି ଅଧିଆ ୨୬ ଆଇପିଏସ ଙ୍କୁ ମିଶାଇ କମିଶନରେଟ୍ ପୋଲିସରେ ୨ ଡିସିପିଙ୍କ ସହ ଆଡ଼ିସନାଲ୍ ଏଡିସିପିଙ୍କ ହୋଇଛି ବଦଳି । ଯାହାକୁ ନେଇ ବଢ଼ିଛି ଚର୍ଚ୍ଚା । କାରଣ ୫ ମାସ ତଳେ କଟକ ଡିସିପି ଜଗମୋହନ ମୀନା ଓ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିଯୁକ୍ତ ହୋଇଥିଲେ । ଏବେ ୨ ଡିସିପି ଓ ଏଡିସିପିଙ୍କୁ ବଦଳି ସହ ପ୍ରଥମ ଥର ପାଇଁ କମିଶନରେଟ୍ ପୋଲିସଙ୍କୁ ଆଇପିଏସ ନିଯୁକ୍ତ କରାଯାଇଛି । ଏପରିକି କ୍ରାଇମବ୍ରାଞ୍ଚ ବିଭାଗରେ ବି ହୋଇଛି ବଡ଼ ପରିବର୍ତ୍ତନ । ତେବେ ଅଚାନକ ଏଭଳି ଅଦଳବଦଳ କାହିଁକି କରାଯାଇଛି ଅପରାଧ ନିୟନ୍ତ୍ରଣ ପାଇଁ ନା କମିଶନରେଟ୍ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସଶକ୍ତ କରିବାକୁ ନୂଆ ଯୋଜନା । ସେନେଇ ବଢ଼ିଛି ଚର୍ଚ୍ଚା ।