କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ପାଟଣାଗଡ଼ରେ ଆସନ୍ତା ୨୯ରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୨୯ ତାରିଖ ଦିନ କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆ ପାଖ ଈଶ୍ୱର ମଣ୍ଡପଠାରେ ପାଳିତ ହେବ । ‘କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁ ଜନମ୍‌ ଶହେ ବଛର୍‌କିଆ କମିଟି’ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏଥିରେ ଗୁରୁଶ୍ରୀ ଡଃ.ଦୋଳଗୋବିନ୍ଦ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ମୁଖ୍ୟବକ୍ତା ଭାବେ ସମ୍ବଲପୁର ଭାରତୀୟ ପ୍ରବନ୍ଧକ ସଂସ୍ଥାନ ଅଧ୍ୟାପକ ସୁଜିତ ପୃଷେଠ ଯୋଗଦାନ କରିବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ସମ୍ମାନିତ ଅତିଥି ଭାବେ କୋଶଲୀ ସାହିତ୍ୟର ଆଉ କିଛି ମହାରଥୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଦର୍ଭ ପଠନ କରିବେ ଅଧ୍ୟାପକ ବ୍ରଜମୋହନ ମେହେର ଓ ଅଧ୍ୟାପକ ଶିବ ସା’ । କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁ ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.