ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ବାଳକ ବିଭାଗ ଦ୍ଵାରା ସପ୍ତ ଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ନିକଟସ୍ଥ ଧାମରା ବସ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଫେଇ, କଲେରା ସଚେତନତା ରାଲି ଓ ସଭା, ନିଶା ନିବାରଣ ରାଲି, ସାକ୍ଷରତା ସର୍ଭେ ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ମହାବିଦ୍ୟାଳୟର ୨୫ଜଣ ଛାତ୍ର ସ୍ୱେଚ୍ଛାସେବୀ ଅହୋରାତ୍ର ନିକଟସ୍ଥ ସ୍ୱାମୀ ରାମକୃଷ୍ଣ ମେମୋରିଆଲ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅବସ୍ଥାନ କରିଥିଲେ । ସେମାନଙ୍କ ସହ ଏନ୍ଏସ୍ଏସ୍ ପ୍ରୋଗ୍ରାମିଙ୍ଗ୍ ଅଫିସର ଅଧ୍ୟାପକ ହରିଶ୍ ଚନ୍ଦ୍ର ମିଶ୍ର, ରଣଜିତ ପ୍ରସାଦ ପଲାଇ, କର୍ମଚାରୀ ସୁଧାଂଶୁ ଶେଖର ସାମଲ ମଧ୍ୟ ଅଵସ୍ଥାନ କରିଥିଲେ । ବର୍ତ୍ତମାନ ରାଉରକେଲାରେ କଲେରା ବ୍ୟାପିଥିବାରୁ ସ୍ୱେଚ୍ଛାସେବୀମାନେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସଂପୃକ୍ତ ପ୍ରଭାରୀ ମହେନ୍ଦ୍ର ବାଗ୍ ଓ ତିରୋମଣି ପ୍ରଧାନଙ୍କ ସହଯୋଗରେ ସଭା ଓ ରାଲି ଅନୁଷ୍ଠିତ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମଧୁସୂଦନ ପାଠାଗାରର ସମ୍ପାଦକ ବିଜୟ କୁମାର ବରାଳ ମୁଖ୍ୟଅତିଥି ଓ ସତ୍ୟାନନ୍ଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ଦୁବେ ଓ ପ୍ରମୋଦିନୀ ତ୍ରିପାଠୀ ମଞ୍ଚାସୀନ ଥିଲେ । ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ବରାଳ ତାଙ୍କ ବକ୍ତବ୍ୟରେ ଅଧ୍ୟୟନ ସହ ସାମାଜିକ କାର୍ଯ୍ୟକ୍ରମ ନିୟୋଜିତ ହେବାପାଇଁ ପରାମର୍ଶ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଶ୍ରୀ ବେହେରା ସାମାଜିକ କାର୍ଯ୍ୟକ୍ରମ ଦ୍ୱାରା ସାମାଜିକ ସମ୍ପର୍କ ବୃଦ୍ଧି ପାଏ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ କୁମାର ମହାନ୍ତି, ରଜନୀକାନ୍ତ ମିଶ୍ର, ଚିତ୍ତମୋହନ ମିଶ୍ର, ସୁବାସ ଚନ୍ଦ୍ର ସାମଲ, କର୍ମଚାରୀ ଜ୍ୟୋତିଷ କୁମାର ଦାସ, ଅଜୟ ସୁନ୍ଦରରାୟ, ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ସପ୍ତ ଦିବସୀୟ କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଉତ୍ସବରେ ଅଧ୍ୟାପକ ଚନ୍ଦ୍ରଧ୍ୱଜ ମାଝୀ ମୁଖ୍ୟଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଏନ୍ଏସ୍ଏସ୍ ପ୍ରୋଗ୍ରାମିଙ୍ଗ୍ ଅଫିସର ହରିଶ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା ।
Prev Post
Next Post