csstore

ହୋଲି ଖେଳି ସାରିବା ପରେ ସୋନପୁର ମହାନଦୀକୁ ଗାଧୋଇ ଯାଇ ଜଣଙ୍କର ମୃତ୍ୟୁ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଛକ ଅଂଚଳର ଜଣେ ଛାତ୍ର ହୋଲି ଖେଳି ସାରିବା ପରେ ମହାନଦୀକୁ ଗାଧୋଇ ଯାଇ ତା‌ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ହୋଲିକୁ ନେଇ କଟକଣା ଜାରି କରିଥିଲେ ।

ତଥାପି ଘରେ ହେଉ ଅବା ସାଙ୍ଗ ମାନ‌ଙ୍କ ସହ ଧୁମ୍‌ଧାମ୍‌ରେ ସୋନପୁର ବ୍ଲକ ଛକ ଅଂଚଳରେ ରହୁଥିବା ୧୦ମ ଶ୍ରଣୀର ଛାତ୍ର ସୁମିତ୍ ମେହେର ଆଜି ସକାଳେ ହୋଲି ଖେଳି ସାରିବା ପରେ ସେ ନିଜ ସଂପର୍କୀୟଙ୍କ ସହ ମହାଦନୀ ବ୍ରିଜ ତଳ ଘାଟକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ସୁମିତ ହଠାତ୍ ସ୍ରୋତରେ ଭାସିଯାଇଥିବା ବେଳେ ସେଠାରୁ ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଡାକ୍ତରଖାନାରେ ପହଂଚାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ ।

jayashree
Leave A Reply

Your email address will not be published.