ସମ୍ୱଲପୁର : ହୀରାକୁଦ ମହମ୍ମଦପୁରରେ ଝାଡାବାନ୍ତି ଆକ୍ରାନ୍ତ । ଏଯାଏଁ ମୋଟ୍ ୩୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩୮ ଜଣଙ୍କ ମଧ୍ୟରୁ ୪ ଜଣ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ ହେଲେ ରବି ତିର୍କୀ । ତେବେ ତାଙ୍କର ମୃତ୍ୟୁ ଝାଡାବାନ୍ତି ଓ ନିମୋନିଆରୁ ହୋଇଥିବା ନେଇ ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ ରହିଛି । ସେପଟେ ଏହି ଘଟଣା ଘଟିବା ପରେ ୨ଟି ମେଡିକାଲ ଟିମ୍ ସେଠାରେ ଡେରା ପକାଇଥିବା ବେଳେ ଚିକିତ୍ସା ଚାଲିିଛି । ବାକିତକ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିଥିବା ବେଳେ କେନାଲ ପାଣି ପିଇ ଏପରି ହୋଇଥିବା ଜଣାପଡିଛି । ତେବେ ପାଣି ନମୂନା ସଂଗ୍ରହ ସରିଥିବା ଜଣାପଡିଛି । ସେହିପରି ଗୁଣ୍ଡ୍ରୁପଡାରେ ମଧ୍ୟ ୫ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।