ହିନ୍ଦୁ ହିଁ ଆଗେ ବାର୍ତ୍ତାକୁ ନେଇ ଡା.ପ୍ରବୀଣ ଭାଇ ତୋଗାଡିଆଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତଥା ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ଡା.ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନୀତ ହିନ୍ଦୁ ପ୍ରସଙ୍ଗରେ ଆଲୋଚନା କରି ହିନ୍ଦୁ ସମାଜକୁ ଶୀର୍ଷସ୍ଥାନରେ ପହଂଚାଇବାର ଯୋଜନା ସଂପର୍କରେ ସେ ଆଲୋକପାତ କରିଛନ୍ତି । ଯୁବ ବର୍ଗକୁ ରୋଜଗାର ଯୁକ୍ତ, ଗରିବୀ ମୁକ୍ତ, ଚାଷୀଙ୍କୁ କରଜମୁକ୍ତ ଓ ଗୃହିଣୀଙ୍କୁ ମହଙ୍ଗାମୁକ୍ତ କରିବା ଲକ୍ଷ୍ୟରେ ୨୬ ମଇରୁ ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧ କୋଟି ନିୟୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବୀ କରିଛନ୍ତି । ବିଶେଷ କରି, ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡିଶାରେ ହସ୍ତତନ୍ତ ପ୍ରସ୍ତୁତ ଶାଢୀ ଓ ଅନ୍ୟାନ୍ୟ ପରିଧାନର ବଜାର ସୁବିଧା ପାଇଁ ମଧ୍ୟ ଏକ ନକ୍ସା ପ୍ରସ୍ତୁତ ହୋଇଥିବା କହିଛନ୍ତି । ଓଡିଶାର ଝାରସୁଗୁଡା ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟର ୧୮ଟି ଜିଲ୍ଲା ପରିକ୍ରମା କରି ଭୁବନେଶ୍ବରରେ ସମାପ୍ତ ହେବ ବୋଲି ଡା. ପ୍ରବୀଣ ତୋଗାଡିଆ କହିଛନ୍ତି ।

Leave A Reply

Your email address will not be published.