oum

ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ହିନ୍ଦୀ ଦିବସ ପାଳନ

jsm

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗଠାରେ ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ‘ହିନ୍ଦୀ ଦିବସ’ ପାଳିତ ହୋଇ ଯାଇଛି । ସମିତିର ସଭାପତି ସରଦାର ପ୍ରୀତମ ସିଂଙ୍କ ସଭପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଉନ ହାଇସ୍କୁଲର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତ୍ରିନାଥ କୁମାର ପତିଙ୍କୁ ହିନ୍ଦୀ ସେବା ପାଇଁ ‘ରାଷ୍ଟ୍ରଭାଷା ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା । ପଞ୍ଚାୟତ ମହାବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରାଧ୍ୟାପିକା ବନୁଜା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ହିନ୍ଦୀ ହେଉଛି ସର୍ବ ଭାରତୀୟ ସ୍ତରରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଭାଷା ସହ ବିଭିନ୍ନ ଭାରତୀୟ ଭାଷା ମଧ୍ୟରେ ସମନ୍ମୟ ରକ୍ଷ। କରିପାରିଥିବା ଭାଷା ହୋଇଥିବାରୁ ଏହା ସମୃଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ୟାଦବ ହିନ୍ଦୀ ଦିବସ ପାଳନର ଉପରେ ମତବ୍ୟକ୍ତ କରିଥିବା ବେଳେ ପ୍ରାଧ୍ୟାପକ ପ୍ରତୁଲ ଚନ୍ଦ୍ର ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିନୋଦ ସାହୁ ମାନପତ୍ର ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୌଭାଗ୍ୟଲକ୍ଷ୍ମୀ ଦାଶ ଓ ସ୍ୱାତୀ ସାହୁ ସ୍ୱାଗତ ସଙ୍ଗୀତ ସହ ଭଜନ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ସନ୍ତୋଷ ପଣ୍ଡା, ବାଳକୃଷ୍ଣ ମିଶ୍ର, ଅରବିନ୍ଦ ଗୁପ୍ତା, ନୀଳାମ୍ବର ମେହେର, ନବକୃଷ୍ଣ ମିଶ୍ର, ଅଭିମନ୍ୟୁ ଭୋସାଗର, ରାମକୃଷ୍ଣ ଠାକୁର, ସଦାଶିବ କର, ମନୋହର ସାହୁ ଆଦି ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସମିତିର ଉପସଭାପତି କମଲ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.