ଦେଓଗାଁ ବ୍ଲକର ୨୬ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୮୨୯ ପରୀକ୍ଷା ଦର୍ପଣ ପ୍ରଦାନ କରାଗଲା : ଶହେ ଦିନର ପାଠ ସହ ପରୀକ୍ଷା ଦର୍ପଣ ଛାତ୍ରଛାତ୍ରୀଙ୍କ ପାଇଁ ଲାଭବାନ ହେବ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ୨୦୨୦/୨୧ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ ଶିକ୍ଷା ଦାନ କରିନାହାନ୍ତି । ଯଦିଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ ଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା ଗ୍ରାମାଞ୍ଚଳରେ ତାହା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଯେ କେହି ବି କହିବ । କାହାର ପାଖେ ସ୍ମାଟଫୋନ ନାହିଁ କାହା ପାଖରେ ନେଟର ବ୍ୟବସ୍ଥା ନାହିଁ । ତେଣୁ ମ୍ୟାଟ୍ରିକ ପରୀକ୍ଷାର ସମ୍ମୁଖିନ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନରେ ସହଜ କରିବା ପାଇଁ ୭ଶହ ପୃଷ୍ଟାର ସମ୍ଭାବିତ ପ୍ରଶ୍ନ ଓ ଉତ୍ତର ଥିବା ପୁସ୍ତକ ପରୀକ୍ଷା ଦର୍ପଣ ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏହାର ବ୍ୟବସ୍ତା କରାଯାଇଥିବା ବେଳେ ଶିକ୍ଷାଦାନ ଦେଉଥିବା ଶିକ୍ଷକମାନଙ୍କ ପାଖେ ବହି ନ ଥିବାରୁ ପାଠ ପଢ଼ାଇବାରେ ଅସୁବିଧା ହେଉଛି ବୋଲି କିଛି ଶିକ୍ଷକ ମତ ରଖିଛନ୍ତି । ଯଦି ସ୍କୁଲ ପ୍ରତି ଗୋଟିଏ ବି ଯୋଗାଇ ଦିଆଯାଏ ତାହା ହେଲେ ବିଷୟ ଅନୁସାରେ ଭାଗ କରି ବିଭାଗୀୟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରେ ଅଧିକ ସୁବିଧା ହେବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକର ମୋଟ ୨୬ଟି ସ୍କୁଲରେ ଅଧ୍ୟୟନ କରୁଥିବା ଓ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ୧୮୨୯ଟି ଛାତ୍ରଛାତ୍ରୀଙ୍କ ନିକଟକୁ ୧୮୨୯ଟି ପୁସ୍ତକ ପହଞ୍ଚି ବୋଲି ବିଇଓ ଦେଓଗାଁ ସଙ୍କିର୍ତ୍ତନ ବାଗ କହିଛନ୍ତି ।

Leave A Reply

Your email address will not be published.